ବିଶ୍ୱର ଶୀର୍ଷନେତାଙ୍କ ସର୍ଭେରେ ୭୧% ଅନୁମୋଦନ ସହ ପ୍ରଥମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱର ନେତାଙ୍କ ମଧ୍ୟରେ ୭୧% ଅନୁମୋଦନ ସହ ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହିଭଳି ଏହି ତାଲିକାରେ ୧୩ ଟି ବିଶ୍ୱ ନେତାଙ୍କ ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ୪୩ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି। କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ମଧ୍ୟ ୪୩% ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୪୧% ରେ ଅଛନ୍ତି।

ପୁର୍ବରୁ ନଭେମ୍ବର ୨୦୨୧ ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ରହିଥିଲେ। ମର୍ନିଂ କନ୍ସଲ୍ଟ ରାଜନୈତିକ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ୍, ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ରରେ ସରକାରୀ ନେତା ତଥା ଦେଶର ଟ୍ରାଜେକ୍ଟୋରୀଗୁଡିକର ଅନୁମୋଦନ ମୂଲ୍ୟାୟନ ଉପରେ ନଜର ରଖିଛି।

ମର୍ନିଙ୍ଗ କନ୍ସଲ୍ଟ ନିଜ ୱେବସାଇଟରେ କହିଛି ଯେ ସର୍ବଶେଷ ଅନୁମୋଦନ ମୂଲ୍ୟାୟନ ଜାନୁୟାରୀ ୧୩-୧୯, ୨୦୨୨ ରୁ ସଂଗୃହିତ ତଥ୍ୟ ଉପରେ ଆଧାରିତ। ୨୦୨୦ ରେ ମଧ୍ୟ, ସମାନ ୱେବସାଇଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୮୪ ପ୍ରତିଶତ ଅନୁମୋଦନ ଦେଇ ସର୍ବୋଚ୍ଚ ମୂଲ୍ୟାୟନ ପ୍ରଦାନ କରିଥିଲା।