ଲକ୍ଷ୍ନୌ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଅନ୍ତର୍ଗତ ଭଗବାନ ବୁଦ୍ଧଙ୍କ ପରିନିର୍ବାଣ ଠାରେ ‘କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର’ ଉଦଘାଟନ କରିଛିନ୍ତି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭକ୍ତମାନଙ୍କ ପାଇଁ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକର ବିକାଶ ଏବଂ ଉତ୍ତମ ଯୋଗାଯୋଗ ସୁବିଧା ସୃଷ୍ଟି ନିମନ୍ତେ ଏବେ ଭାରତରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। କୁଶୀନଗରର ବିକାଶ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ଥିଲା।
