ସୋପିଆନରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ

ସୋପିଆନ,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆତଙ୍କୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଏହି ମଧ୍ୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏନେଇ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।

ସୋପିଆନରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସେନା ସୂଚନା ପାଇବା ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ। ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା ହୋଇଥିଲା। ମୃତ ଆତଙ୍କୀଙ୍କ ପରିଚୟ ମିଳିନଥିବା ବେଳେ ଉକ୍ତ ଅଞ୍ଚଳକୁ ସୁରକ୍ଷିତ ଘୋଷଣା କରିବା ପାଇଁ ସେନା ସର୍ଚ୍ଚ ଅପରେସନ ଜାରି ରଖିଛି।