ଆତ୍ମ ନିର୍ଭର ୟୁପି ରୋଜଗାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆତ୍ମ ନିର୍ଭର ୟୁପି ରୋଜଗାର ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ପ୍ରାୟ ୧ କୋଟି ୧୫ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଉପକୃତ ହେବେ ବୋଲି ମୋଦୀ କହିଛନ୍ତି।

ଏଥିସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥିରେ କୃଷକମାନେ ସେମାନଙ୍କର ଉତ୍ପାଦକୁ ବଜାର ବାହାରେ ବିକ୍ରୟ କରିବାର ଅଧିକାର ପାଇଛନ୍ତି। ଅର୍ଥାତ ଯେଉଁଠାରେ ସେମାନେ ଉଚିତ ଦାମ ପାଇବେ ସେଠାରେ ତାଙ୍କ ସାମଗ୍ରୀ ବିକ୍ରି କରିବେ। ଦ୍ୱିତୀୟତଃ ଯଦି କୃଷକମାନେ ଚାହିଁବେ, ତେବେ ସେମାନେ ଫସଲ ଅମଳ ସମୟରେ ତାର ମୂଲ୍ୟ ସ୍ଥିର କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।