ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ପିସିସି ସଭାପତିଙ୍କୁ ୫୦୦ ଟଙ୍କା ଜୋରିମାନା 

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସାମାଜିକ ଦୂରତା ନରଖି ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫୦ ଟଙ୍କା ଜୋରିମାନା କରାଯାଇଛି। ସୂଚନା ଅନୁସାରେମାଷ୍ଟରକ୍ୟାଣ୍ଟିନ ଛକରେ କରୋନା ପରିଚାଳନାରେ ବିଭ୍ରାଟ ହେଉଥିବା ଅଭିଯୋଗରେ ଆଜି କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କ  ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ କମିସନରେଟ ପୁଲିସ ପକ୍ଷରୁ ଜୋରିମାନା କଟାଯାଇଛି।