ଆୟୁଷ୍ମାନ ଡିଜିଟାଲ ହେଲ୍‌ଥ ମିଶନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ ହୋଇଛି। ସରକାର ଏହି ମିଶନକୁ ଐତିହାସିକ ବୋଲି କହିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ପରିଚୟ ରହିବ। ଏହି କାର୍ଡ ସମ୍ପୂର୍ଣ୍ଣ ଡିଜିଟାଲ୍ ହେବ ଯାହା ଆଧାର କାର୍ଡ ପରି ଦେଖାଯିବ।

ଏହି କାର୍ଡରେ ଆପଣ ଏକ ନମ୍ବର ପାଇବେ ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୭ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଃଢ କରିବା ଅଭିଯାନ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏବେ ଏକ ମିଶନ ଆରମ୍ଭ ହେଉଛି, ଯାହାର ଭାରତରେ ସ୍ୱାସ୍ଥ୍ୟସେବାରେ ବିପ୍ଳବ କରିବାର ଶକ୍ତି ରଖିବ। ଆପଣ https://healthid.ndhm.gov.in/register ରେ ନିଜର ପଞ୍ଜୀକରଣ କରି ଆପଣଙ୍କର ସ୍ୱାସ୍ଥ୍ୟ ଆଇଡି ମଧ୍ୟ ସୃଷ୍ଟି କରିପାରିବେ।