ନୂଆଦିଲ୍ଲୀ,ଏଜେନ୍ସି: କୃଷକ ସଂଗଠନର ଭରତ ବନ୍ଦ ଡାକରାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରବିବାର ଦିନ କହିଛନ୍ତି ଯେ କୃଷକମାନେ ଆନ୍ଦୋଳନର ରାସ୍ତା ଛାଡି ଆଲୋଚନାର ରାସ୍ତା ବାଛନ୍ତୁ। ଗ୍ୱାଲିଅରର କୃଷି ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ତୋମର କହିଛନ୍ତି “ମୁଁ ଚାଷୀଙ୍କୁ ଆନ୍ଦୋଳନର ରାସ୍ତା ଛାଡି ଆଲୋଚନାର ରାସ୍ତ ଅନୁସରଣ କରିବାକୁ ଆହ୍ୱାନ୍ କରିବାକୁ ଚାହେଁ। ସେମାନଙ୍କ ଦ୍ୱାରା ଉଠାଯାଇଥିବା ଆପତ୍ତି ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ପୂର୍ବରୁ ଅନେକ ଆଲୋଚନା ହୋଇଛି, ଯଦି କିଛି ରହିଥାଏ, ତେବେ ସରକାର ନିଶ୍ଚିତ ଭାବରେ କହିବାକୁ ପ୍ରସ୍ତୁନ୍ୱୋଲି ସେ କହିଥିଲେ।
ଏହା ସହିତ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷକଙ୍କ ବିରୋଧ ଏକ ରାଜନୈତିକ ପ୍ରସଙ୍ଗ ହେବା ଉଚିତ ନୁହେଁ। କୃଷକଙ୍କ ଆନ୍ଦୋଳନ ରାଜନୀତିରେ ମିଶ୍ରିତ ହେବା ଉଚିତ ନୁହେଁ। କୃଷକ ସମସ୍ତଙ୍କର ଅଟେ। କୃଷକ ସଂଘ ସହ ସରକାର ଅତ୍ୟନ୍ତ ସମ୍ବେଦନଶୀଳ ଢଙ୍ଗରେ ଆଲୋଚନା କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା କରିବାକୁ ଇଚ୍ଛୁକ ବୋଲି ତୋମର କହିଛନ୍ତି। ଏହି ସମୟରେ କୃଷକ ସଂଗଠନର ମିଳିତ ମଞ୍ଚ ସମିତ କିସାନ ମୋର୍ଚ୍ଚା (ଏସକେଏମ) ତିନିଟି କୃଷି ଆଇନ ପ୍ରଣୟନ ହେବାର ପ୍ରଥମ ବାର୍ଷିକୀ ପାଳନ କରିବାକୁ ଆଜି ଭାରତ ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ଟାରୁ ୪ଟା ପର୍ଯ୍ୟନ୍ତ ଜାତୀୟ ଧର୍ମଘଟ ପାଳନ କରାଯିବ ବୋଲି ଏସକେଏମ କହିଛି।
ଏହି ଅବଧି ମଧ୍ୟରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାଗତ ତଥା ଅନ୍ୟାନ୍ୟ ଅନୁଷ୍ଠାନ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ତଥା ଇଭେଣ୍ଟ ତଥା ସର୍ବସାଧାରଣ କାର୍ଯ୍ୟ ସମଗ୍ର ଦେଶରେ ବନ୍ଦ ରହିବ ବୋଲି ଏସକେଏମ କହିଛନ୍ତି। ଅବଶ୍ୟ, ସମସ୍ତ ଜରୁରୀକାଳୀନ ପ୍ରତିଷ୍ଠାନ ଏବଂ ଅତ୍ୟାବଶ୍ୟକ ସେବା, ଡାକ୍ତରଖାନା, ମେଡିକାଲ ଗୋଦାମ, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଏବଂ ବ୍ୟକ୍ତିଗତ ଜରୁରୀକାଳୀନ ପରିସ୍ଥିତିରେ ଉପସ୍ଥିତ ଥିବା ଲୋକଙ୍କୁ ଏଥିରୁ ବାଦ୍ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।