ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ଅନୁଷ୍ଠିତ ହେବ । ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ । ଜୁନ ୩୦ରେ ନାମାଙ୍କନ ଯାଞ୍ଚ କରାଯାଇ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ । ଜୁଲାଇ ୧୮ରେ ଭୋଟ ଗ୍ରହଣ ହୋଇଥିଲେ ଜୁଲାଇ ୨୧ରେ ଭୋଟ ଗଣତି ହେବ । ଏନେଇ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦିଲ୍ଲୀରେ ହିଁ ହୋଇପାରିବ ।