ପାକିସ୍ତାନର ସୁପ୍ରସିଦ୍ଧ ଟିଭି ଆଙ୍କର ଓ ସାଂସଦଙ୍କ ପରଲୋକ

ନୂଆଦିଲ୍ଲୀ: ପାକିସ୍ତାନୀ ସାଂସଦ ଓ ଟିଭି ଆଙ୍କର ଆମିର ଲିୟାକତ ହୁସେନଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଆମିର ଆଜି ତାଙ୍କ ଘରେ ମୂର୍ଚ୍ଛା ହୋଇ ପଡ଼ିଯିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲା ।

ରିପୋର୍ଟ ମୁତାବକ, ବୁଧବାର ରାତିରେ ଆମିର ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । କିନ୍ତୁ ସେ ହସ୍ପିଟାଲ ଯିବାକୁ ମନା କରି ଦେଇଥିଲେ । ଆମିରଙ୍କ ମୃତ ଶରୀରରୁ ଜିହ୍ନା କିମ୍ବା ସିଭିଲ ହସ୍ପିଟାଲରେ ପୋଷ୍ଟମର୍ଟମ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ପରେ ତାଙ୍କ ଶରୀରକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।