ପୁଡ଼ୁଚେରୀରେ ରାଷ୍ଟ୍ରପତି ଶାସନ

ପୁଡ଼ୁଚେରୀ,ଏଜେନ୍ସି: ଗୁରୁବାର ପୁଡ଼ୁଚେରୀରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ବିଜ୍ଞପ୍ତିରେ କୁହାଯାଇଛି ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ପକ୍ଷରୁ ଗତ ୨୨ ତାରିଖରେ ମିିଳିଥିବା ରିପୋର୍ଟକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ପୁଡ଼ୁଚେରୀରେ ଉଦଭବ ପରିସ୍ଥିତି ନେଇ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରି ଏଭଳି ପଦକ୍ଷେପ ନେଇଛନ୍ତି। ଉଲ୍ଲେଖଯୋଗ୍ୟ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସରକାର ଗଢ଼ିବାକୁ ଦାବି ନ କରିବାରୁ କେନ୍ଦ୍ର କ୍ୟାବିନେଟ୍ ସେଠାରେ ରାଷ୍ଟ୍ରପତି ଶାସନ ପାଇଁ ଗତ ବୁଧବାର ଅନୁମୋଦନ କରିଥିଲା। ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ନପାରି ଇସ୍ତଫା ଦେବାପରେ ଉପରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ୍ ବିଧାନସଭାକୁ ସସପେଣ୍ଡ କରି ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ।