ମଣିଷମାରି କଲିଜା ଖୁଆଇଲା ହତ୍ୟାକାରୀ

ୱାଶିଂଟନ, ଏଜେନ୍ସି: ଆମେରିକାର ଓକଲାହୋମା ପ୍ରଦେଶରେ ତିନିଜଣ ବ୍ୟକ୍ତିଙ୍କୁ ନୃଶଂସଭାବେ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାପରେ ଅଭିଯୁକ୍ତଙ୍କ ନିକଟରୁ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିପାରିଛି। ବ୍ୟକ୍ତିଗତ କାରଣକୁ ଭିତ୍ତିକରି ଲରେନ୍ସ ପଲ୍ ଆଣ୍ଡରସନ ନାମକ ଏହି ଅପରାଧୀଜଣକ ତାଙ୍କର ପଡୋଶୀଙ୍କୁ ଛୁରୀଭୁଶି ହତ୍ୟା କରିଥିଲେ। ହତ୍ୟା କରିବାପରେ ଲରେନ୍ସ ମୃତକଙ୍କ କଲିଜାକୁ କାଟି ବାହାର କରିବା ସହ କକାଙ୍କ ଘରକୁ ଆସିଥିଲେ। ମୃତକଙ୍କ କଲିଜାକୁ ତରକାରୀ କରି ରାନ୍ଧିବାପରେ ଲରେନ୍ସ କକା, ଖୁଡୀ ଓ ସେମାନଙ୍କର ୪ ବର୍ଷର ନାତୁଣୀକୁ ଖାଇବାକୁ ଦେଇଥିଲେ। ତେବେ ଏହି ରହସ୍ୟ ସମ୍ପର୍କରେ କୌଣସି ସୂଚନା ପାଇନଥିବା ଏହି ତିନିଜଣ ଖାଇବସିିଥିବାବେଳେ ଲରେନ୍ସ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ କକା ଓ ନାତୁଣି ପ୍ରାଣ ହରାଇଥିବାବେଳେ ଖୁଡୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମାଦକଦ୍ରବ୍ୟ କାରବାରରେ ଲରେନ୍ସକୁ ୨୦୧୭ରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲେ ସୁଦ୍ଧା ଓକଲାହୋମା ଗଭର୍ଣ୍ଣର ତାଙ୍କୁ ରାଜକ୍ଷମା ପ୍ରଦାନ କରିବାପରେ ସେ ଜେଲରୁ ମୁକୁଳିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ତିନିଜଣଙ୍କୁ ହତ୍ୟା କରିଛି ବୋଲି ସ୍ୱୀକାର କରିବାପରେ ଲରେନ୍ସକୁ ପୁଣି ଜେଲକୁ ପଠାଯାଇଛି।