ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ ଏକ୍ସପ୍ରେସର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ୍ ସଂକ୍ରମଣ ହଠାତ୍ ବୃଦ୍ଧି ପାଇବାରୁ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଭାରତ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ୍-୧୯ ନେଗେଟିଭ୍ ରିପୋର୍ଟ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ପୋର୍ଟାଲରେ ଅପଲୋଡ୍ କରିବା ସହ ଏକ ଆତ୍ମଘୋଷଣା ଫର୍ମ ପୂରଣ କରିବାକୁ ହେବ। ଏଥିସହ ବିମାନ ବନ୍ଦରରେ ସ୍କ୍ରିନିଂ ଟେଷ୍ଟ କରିବାକୁ ମଧ୍ୟ ପଡ଼ିବ ବୋଲି ଏହି ମାର୍ଗଦର୍ଶିକାରେ କୁହାଯାଇଛି। ଏହାଛଡ଼ା ସମସ୍ତ ଯାତ୍ରୀଙ୍କୁ ବିମାନରେ ବସିବା ପୂର୍ବରୁ ଆରୋଗ୍ୟ ସେତୁ ଆପର ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିବାକୁ ମଧ୍ୟ କୁହାଯାଇଛି।