ରାଷ୍ଟ୍ରପତି ନେଲେ କରୋନା ଟିକା

ନୂଆଦିଲ୍ଲୀ: ରାଷ୍ଟ୍ରପତିି ରାମନାଥ କୋବିନ୍ଦ ଆଜି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି। ରାଷ୍ଟ୍ରପତି ଭବନରୁ ଦିଆଯାଇଥିବା ସୂଚନା ଅନୁସାରେ ଦିଲ୍ଲୀସ୍ଥିତ ସେନା ଆରଆର ହସ୍ପିଟାଲରେ ରାଷ୍ଟ୍ରପତି କରୋନା ଟିକା ଲଗାଇଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଚଲାଉଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନକୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବା ପରେ ଦେଶରେ ଟିକା ନେଉଥିବା ଲୋକଙ୍କ ସଂଖ୍ୟା ଖୁବ୍ ଦ୍ରୁତ ଗତିରେ ବଢ଼ିଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ମଙ୍ଗଳବାର ସମଗ୍ର ଦେଶରେ ୭.୬୮ ଲକ୍ଷ ଲୋକ ଟିକା ନେଇଛନ୍ତି। ଏଥିସହିତ ଭାରତରେ ବର୍ତ୍ତମାନ ସୁଦ୍ଧା ୧.୫୬ କୋଟି ଲୋକ ଟିକା ଲଗାଇ ସାରିଲେଣି।