ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା ଦେଢ଼ କୋଟିରୁ ଅଧିକ ଲୋକ ଟିକା ଲଗାଇ ସାରିଲେଣି। ଏହି ପରିପ୍ରେକ୍ଷୀରେ ସରକାର ଏବେ ଟିକା ଲଗାଇବାର ସମୟସୀମା ହଟାଇ ଦେଇଛନ୍ତି। ଫଳରେ ଦିନ ହେଉ କି ରାତି କୌଣସି ସମୟରେ ସାଧାରଣ ଜନତା ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଖବରକାଗଜର ଏକ କଟିଙ୍ଗକୁ ଟ୍ୱିଟ କରି ଲେଖିଛନ୍ତି ଯେ, ‘ସରକାର ଟିକାକରଣର ଗତିକୁ ବୃଦ୍ଧି କରିବା ପାଇଁ ସମୟସୀମା ଶେଷ କରି ଦେଇଛନ୍ତି। ଦେଶର ନାଗରିକ ଏବେ ୨୪x୭ ନିଜ ସୁବିଧା ଅନୁସାରେ ଟିକା ଲଗାଇପାରିବେ। ପିଏମ୍ ମୋଦୀ ଦେଶବାସୀଙ୍କ ସ୍ୱାସ୍ଥ୍ୟ ସହିତ ସମୟର ମହତ୍ତ୍ୱ ବେଶ୍ ଭଲ ଭାବେ ବୁଝନ୍ତି।’