ଅମୃତସର ପହଞ୍ଚିଲେ ରାଷ୍ଟ୍ରପତି

ପଞ୍ଜାବ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦିନିକିଆ ଅମୃତସର ଗସ୍ତ କରିଛନ୍ତି । ଏହି ଅବସରରେ ଅମୃତସରର ଶ୍ରୀ ଗୁରୁ ରାମଦାସ ଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ରାଜ୍ୟପାଳ ବନବାରୀଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଛନ୍ତି । ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଶ୍ରୀମତୀ ମୁର୍ମୁଙ୍କ ଏହା ହେଉଛି ପ୍ରଥମ ଅମୃତସର ଗସ୍ତ । ଏହି ଗସ୍ତ ସମୟରେ ଶ୍ରୀମତୀ ମୁର୍ମୁ ଶ୍ରୀ ହରମିନ୍ଦର ସାହିବ, ଜାଲୟାଁବାଲ ବାଗ, ଶ୍ରୀ ଦୁର୍ଗିୟାନା ମନ୍ଦିର ଓ ଶ୍ରୀ ରାମତୀର୍ଥ ଦର୍ଶନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅମୃତସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଲାଗି ପୁଲିସ ପ୍ରଶାସନଠୁ ଆରମ୍ଭ କରି ସିଭିଲ ପ୍ରଶାସନ ସତର୍କ ରହିଛି । ପୁଲିସ ଅମୃତସରକୁ ୫ଟି ଜୋନରେ ବାଣ୍ଟିଛି ।