୬୬ ବର୍ଷ ବୟସରେ ସତୀଶଙ୍କ ପରଲୋକ

ମୁମ୍ବାଇ: ବଲିଉଡର ସୁପ୍ରସିଦ୍ଧ ଅଭିନେତା ସତୀଶ କୌଶିକଙ୍କ ପରଲୋକ ଘଟିଛି । ହୃଦଘାତ ଯୋଗୁ ୬୬ ବର୍ଷ ବୟସରେ ସତୀଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀରେ ପୋଷ୍ଟମର୍ଟମ ସରିବା ପରେ ତାଙ୍କ ପ୍ରାର୍ଥୀବ ଶରୀରକୁ ମୁମ୍ବାଇ ଅଣାଯାଇଛି । ଆଜି ସଂଧ୍ୟା ୫ଟାରେ ଅନ୍ତିମ ସଂସ୍କାର ହେବ ।

ସତିଶ କୌଶିକଙ୍କ ମ୍ୟାନେଜର ସନ୍ତୋଷ ରାୟଙ୍କ କହିବାନୁସାରେ, ସତିଶ ଗତକାଲି ରାତି ପ୍ରାୟ ୯ଟା ୪୦ରେ ଶୋଇବାକୁ ଯାଇଥିଲେ । ଆଉ ରାତି ୧୦ଟାରେ ଫୋନ୍ କରି ଅସହଜ ଅନୁଭବ କରୁଥିବା ନେଇ ଜଣାଇଥିଲେ ।

ସୂଚନାଯୋଗ୍ୟ, ସତୀଶ କୌଶିକ ୧୯୮୩ ମସିହାରେ ଫିଲ୍ମ ‘ଜାନେ ଭି ଦୋ ୟାରୋ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ମିଷ୍ଟର ଇଣ୍ଡିଆ, ସାଜନ ଚଲେ ସସୁରାଲ, ଆଣ୍ଟି ନମ୍ବର ୱାନ ଓ ତେରେ ନାମ ଭଳି ଅନେକ ହିଟ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । କଙ୍ଗନା ରନାୱତଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମ ‘ଏମରଜେନ୍ସି’ରେ ସତୀଶଙ୍କୁ ଦେଖିବାକୁ ମିଳିବ।