ଜିଲ୍ଲା ପୁଲିସ ପକ୍ଷରୁ ଗୋଟିଏ ଦିନରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଫାଇନ ଆଦାୟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଟ୍ରାଫିକ ତଥା କୋଭିଡ ନିୟମ ପାଳନକୁ କଡାକଡି ଭାବରେ ଲାଗୁ କରାଯାଇଛି। ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୁଲିସ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି। ଗୋଟିଏ ଦିନରେ ପୁଲିସ ପକ୍ଷରୁ ହେଲମେଟ ଓ ମାକ୍ସ ପିନ୍ଧିନଥିବା ଲୋକଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଫାଇନ ଆଦାୟ କରିଛି।

ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ଓ ଶିବ ଟପ୍ପୋଙ୍କ ଉପସ୍ଥିତିରେ ବେଲପାହାଡ଼ ପୁଲିସ ଫାଟକ ଓ ସହିଦ ସ୍ତମ୍ଭ ନିକଟରେ ଚେକିଂ କରି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୪୭ଟି ଇ-ଚାଲାଣ କାଟିଥିବା ବେଳେ ୩୨ ହାଜର ଟଙ୍କା ଜୋରିମାନା ଆଦାୟ କରିଛି। ସେହିପରି ମାସ୍କ ପନ୍ଧି ନଥିବା ୧୨ ଜଣ ବ୍ୟକ୍ତିଙ୍କ ଠାରୁ ୬ ହାଜର ଟଙ୍କା ଆଦାୟ କରିଛି। ଅନ୍ୟପଟେ ବେଆଇନ ଭାବରେ ବିନା ଟ୍ରାନ୍ସିଟ ପାସରେ ବାଲି ନେଉଥିବା ଏକ ଟ୍ରାକ୍ଟରଠୁ ୫ ହଜାର ଟଙ୍କା, ମାଟି ଓ ପଥର ଚାଲାଣ କରୁଥିବା ଦୁଇ ଟ୍ରାକ୍ଟରଠୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନ ଆଦାୟ ହୋଇଛି।

ସଦର ଥାନାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୨୦ଟି ଇ-ଚାଲାଣ କଟାଯାଇଥିବାବେଳେ ମାସ୍କ ପିନ୍ଧି ନଥିବା ୩ ଜଣ ବ୍ୟକ୍ତିଙ୍କଠାରୁ ୭ ଶହ ଟଙ୍କା ଆଦାୟ କରାଯାଇଛି। ସେହିପରି ଗାନ୍ଧୀ ଛକ ଫାଣ୍ଡି ପୁଲିସ ଚେକିଂ ସମୟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ୨୦୦ ଜଣ ବ୍ୟକ୍ତିଙ୍କଠାରୁ ୮୪ ହଜାର ୫୦୦ ଟଙ୍କା ଓ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କଠାରୁ ୧୨ ହଜାର ୬୦୦ ଟଙ୍କା ଆଦାୟ କରିଛି। ଟାଉନ ଥାନା ପକ୍ଷରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୩୭ଟି ଇ-ଚାଲାଣ ଓ ୧୩ ହାଜର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବଡ଼ ମାଲ ଥାନା ପକ୍ଷରୁ ୩୫ ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୧୭ ହଜାର ଟଙ୍କା ଜୋରିମାନା ଓ ୨୫ ଜଣ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ୫ ହାଜର ଟଙ୍କା ଜୋରିମାନା ଆଦାୟ କରାଯାଇଛି।