ବର୍ଷିଲେ ପୁଟିନ୍‌, କହିଲେ- ପୂର୍ବରୁ ଭାରତକୁ ଲୁଟିଲା ଆମେରିକା, ଏବେ ରୁଷିଆ ଉପରେ ନଜର

ମସ୍କୋ,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଉତ୍ତେଜନାର ସମୟ ବିତିବା ସହିତ ବଢ଼ି ଚାଲିଛି । ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଶୁକ୍ରବାର ୟୁକ୍ରେନର ଚାରିପାଶ୍ୱର୍କୁ ରୁଷିଆରେ ବିଳୟ ନେଇ ଘୋଷଣା କରିଛି । ବିଳୟ ହୋଇଥିବା ସ୍ଥାନର ନିବାସୀଙ୍କୁ ରୁଷିଆର ନାଗରିକ ବୋଲି ଘୋଷଣା କରାଯାଇଛି । ଆପଣମାନଙ୍କର ସୁରକ୍ଷା ଆମର ଦାୟୀତ୍ୱ । ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପୁଟିନ ଆମେରିକା ସମେତ ପାଶ୍ଚ୍ୟାତ ଦେଶଗୁଡ଼ିକ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମ ଦେଶଗୁଡ଼ିକ ପ୍ରଥମେ ଭାରତକୁ ଲୁଟିଥଲେ ଏବଂ ଏବେ ରୁଷିଆ ଉପରେ ନଜର ରଖିଛନ୍ତି । ରୁଷିଆ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ।

ପୁଟିନ କହିଛନ୍ତି ଯେ, ପାଶ୍ଚ୍ୟାତ ଦେଶଗୁଡ଼ିକ ରୁଷିଆକୁ ଉପନିବେଶ କରିବାକୁ ଚାହୁଁଛନ୍ତି । ସେମାନେ ଯେମିତି ଭାବରେ ଭାରକୁ ଲୁଟିଥିଲେ । ସେହିଭଳି ଭାବେ ରୁଷିଆରୁ ଲୁଟିବାକୁ ଚାହୁଁଛନ୍ତି । କିନ୍ତୁ ଆମେ ନିଜକୁ କଲୋନି କରିବାକୁ ଦେଇନାହୁଁ । ପୁଟିନ ଏହି କଥାକୁ ଖଣ୍ଡନ କରିଛନ୍ତି ଯେ, ରୁଷିଆ ପୁଣି ଥରେ ସୋଭିଏତ ସଂଘ ଗଠନ କରିବାକୁ ଉଦ୍ୟମ କରୁଛି । ଆମେ ଅତୀତକୁ ଫେରାଇ ଆଣିପାରିବା ନାହିଁ । ରୁଷିଆକୁ ଏହାର ଦରକାର ପଡୁନାହିଁ ।