ପାକିସ୍ତାନର ବିଦେଶ ମନ୍ତ୍ରୀ ଲୋଡିଲେ ଭାରତର ସହଯୋଗ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ କେମିତି ଅଛି । ଏହି କଥା ସମସ୍ତେ ଉଣା ଅଧିକେ ଜାଣିଛନ୍ତି । ଅଧିକାଂଶ ପ୍ରସଙ୍ଗରେ ପାକିସ୍ତାନ, ଭାରତର ଆଲୋଚନା କରିଥାଏ । ଭିନ୍ନ ଭିନ୍ନ ସମୟରେ ଭାରତ ମଧ୍ୟ ଅନ୍ତର୍ଜାତୀୟ ସଭାରେ ଆତଙ୍କବାଦ ଉପରେ ନିୟନ୍ତ୍ରଣ ନେଇ ପ୍ରସଙ୍ଗ ଉଠାଇଥାଏ । ଏଥର ଆଶ୍ଚର୍ଯ୍ୟକର ବାକ୍ୟ ଆସିଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଏକ ପ୍ରସଙ୍ଗରେ ଭାରତର ସହଯୋଗ ଦରକାର କରିଛି ।

ବିଲାୱଲ ଭୁଟ୍ଟୋ ଗ୍ଲୋବାଲ ୱାର୍ମିଂ ଉପରେ କହିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ପାଇଁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏକାଠି ହୋଇ କାମ କରିବା ଉଚିତ । ଭୁଟ୍ଟୋ ଗ୍ଲୋବାଲ ୱାର୍ମିଂର କାରଣ ପାକିସ୍ତାନରେ ଆସିଥିବା ବଡ଼ ବନ୍ୟାକୁ ମନେ ପକାଇଛନ୍ତି । ଆମେରିକାର ରାଜଧାନୀ ୱାଶିଂଯନ ଡିସିରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବୋଧିକ କରି ଭୁଟ୍ଟୋ ଏହା କହିଛନ୍ତି । ସେ କହିଛନ୍ତି ଯେ ବିନାଶକାରୀ ବନ୍ୟା କାରଣରୁ ପାକିସ୍ତାନର ସ୍ଥିତି ଦେଖିବା ପରେ ଏବେ ସମୟ ଆସିଛି ଯେ, ଆମେ ଭାରତ ସହିତ ମିଶି ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଏକାଠି ହୋଇ କାମ କରିବା ଦରକାର । ସେ କହିଛନ୍ତି ଯେ, ଆମ ଦେଶର ଏକ ତୃତୀୟାଂଶ ଅଞ୍ଚଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।