ବାୟୁସେନା ଦିବସରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭାରତୀୟ ବାୟୁସେନାର ୮୮ତମ ପ୍ରତିଷ୍ଠା  ଦିବସ। ଏହି ଅବସରରେ ଗାଜିଆବାଦର ହିଣ୍ଡନ୍ ଏୟାରବେସରେ ଶକ୍ତି ପ୍ରଦର୍ଶନ କରୁଛି ବାୟୁସେନା ।  ଏନେଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ଅନେକ ବିଶେଷ ବ୍ୟକ୍ତିତ୍ୱ ବାୟୁସେନାର ଯବାନ, ପାଇଲଟ୍ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାୟୁସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ବାୟୁସେନା ଦିବସ ଅବସରରେ ଆମେ ଆମର ଭାରତୀୟ ବାୟୁସେନାର ପରିବାରକୁ ଗର୍ବର ସହିତ ସମ୍ମାନିତ କରୁଛୁ।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି, ତୁମର ଖ୍ୟାତି ଦ୍ୱାରା ଆକାଶ ଉଜ୍ଜ୍ୱଳ ହେଉ। ବାୟୁସେନା ଦିବସରେ ମୁଁ ବାୟୁସେନା, ଅଧିକାରୀ, ସୈନିକ, ସେମାନଙ୍କ ପରିବାର ଏବଂ ପୂର୍ବତନ ବାୟୁସେନାର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବାୟୁସେନା ଦିବସରେ ଭାରତୀୟ ବାୟୁସେନାର ସମସ୍ତ ସାହସୀ ଯୋଦ୍ଧାଙ୍କୁ ଅନେକ ଅନେକ ଅଭିନନ୍ଦନ। ଆପଣ କେବଳ ଦେଶର ଆକାଶକୁ ସୁରକ୍ଷିତ ରଖନ୍ତି ନାହିଁ, ବିପର୍ଯ୍ୟୟ ସମୟରେ ମାନବିକତାର ସେବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଭାରତ ମାତାକୁ ସୁରକ୍ଷା ଦେବା ପାଇଁ ତୁମର ସାହସ, ବୀରତ୍ୱ ଏବଂ ନିଷ୍ଠା ସମସ୍ତଙ୍କୁ ପ୍ରେରଣା ଯୋଗାଉଛି।