ନୂଆଦିଲ୍ଲୀ, ଏଜେନ୍ସି: ଦଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଔଷଧ ନଆସିବା ପର୍ଯ୍ୟନ୍ତ ନିୟମରେ ଢ଼ିଲା ହେବା ଠିକ୍ ନୁହଁ। ଆଗାମୀ ପର୍ବ ଏବଂ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ସେ ଆହୁରି କହିଛନ୍ତି ଆସନ୍ତୁ, କରୋନା ସହିତ ଲଢେ଼ଇ କରିବା ପାଇଁ ଏକଜୁଟ ହେବା। ମାସ୍କ ପିନ୍ଧିବା, ହାତକୁ ସଫା ରଖିବା ସହିତ ସାମାଜିକ ଦୂରତା ଅନୁସରଣ ଏବଂ ପରସ୍ପର ମଧ୍ୟରେ ଛଅ ଫୁଟ୍ ଦୂରତା ଅବଲମ୍ୱନ କରିବା ଦରକାର।