କୋରାପୁଟ ଜିଲ୍ଲାରେ ୩୭ ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ ଏସ୍: ଗୁରୁବାର କୋରାପୁଟ ଜିଲ୍ଲାରେ ୧୨ ମହିଳାଙ୍କ ସମେତ ୩୭ଜଣ କରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୪୭୭ ରେ ପହଞ୍ଚିଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ଅନ୍ୟ ଜିଲ୍ଲାର ଜଣେ ଥିବାବେଳେ ୬ଜଣ ଟିଏମସି କେନ୍ଦ୍ରର, ୧୪ଜଣ ହୋମ୍ କ୍ୱାରେନଣ୍ଟାଇନ୍ ଏବଂ ୧୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆଜି ପଜିଟିଭମାନଙ୍କ ମଧ୍ୟରୁ କୋରାପୁଟ ଓ ଜୟପୁର ପୌରାଞ୍ଚଳରୁ ୫ ଜଣ ଲେଖାଏଁ ଥିବାବେଳେ ସୁନାବେଡା ପୌରାଞ୍ଚଳରୁ ୨ ଏବଂ କୋଟପାଡ ଏନଏସିରୁ ୬ ଜଣ ରହିଛନ୍ତି। ସେହିପରି ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମାରୁ ୬ଜଣ, ଦଶମନ୍ତପୁର ଓ କୋରାପୁଟ ବ୍ଲକର ୨ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି କୁନ୍ଦୁରା, ଲମତାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବ୍ଲକରୁ ଜଣେ ଲେଖାଏ ଚିହ୍ନଟ ହୋଇଥିବାବେଳେ ସେମିଲିଗୁଡା ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି।