ନୌସେନାରେ ସାମିଲ ହେଲା ଆଇଏନଏସ୍ ଖଣ୍ଡେରୀ

ମୁମ୍ବାଇ,ଏଜେନ୍ସି: ଭାରତୀୟ ନୌସେନାରେ ଶନିବାର ଏକ ଶକ୍ତିଶାଳୀ ବୁଡ଼ା ଜାହାଜ ସାମିଲ ହୋଇଛି। ଏହି ଜାହାଜର ନାମ ଆଇଏନଏସ୍ ଖଣ୍ଡେରୀ। ତେବେ ଏହା ଦେଶର ଅତ୍ୟାଧୁନିକ ଓ ସର୍ବୋତକୃଷ୍ଟ ଜାହାଜ ଅଟେ। ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ଶନିବାର ଏହାକୁ ଉଦ୍‍ଘାଟନ କରି ନୌସେନାରେ ସାମିଲ କରିଛନ୍ତି। ଫ୍ରାନ୍ସ ଜ୍ଞାନକୌଶଳରେ ଏହାକୁ ମୁମ୍ବାଇରେ ତିଆରି କରାଯାଇଛି।

ତେବେ ଏହି ଜାହାଜର ଓଜନ ୧୭୭୫ ଟନ୍ ଓ ୬୭.୫ ମିଟର  ଲମ୍ବା। ଏହି ବୁଡ଼ା ଜାହାଜରେ ୪ଟି ଡିଜେଲ ଇଞ୍ଜିନ ଏବଂ ୩୬୦ଟି ବ୍ୟାଟେରି ଲଗାଯାଇଛି। ସେହିପରି ୩୫୦ମିଟର ଗଭୀରରେ  ୫୦ ଦିନ ପର୍ଯ୍ୟନ୍ତ ରହିପାରିବ। ପାଣି ଭିତରେ ଘଣ୍ଟା ପ୍ରତି ୩୫କିଲୋମିଟର ବେଗରେ ଗତିକରିବା ସହିତ ଏହାକୁ ସାଇଲେଣ୍ଟ୍‌କିଲର ବୋଲି କୁହାଯାଉଛି। ତେବେ ଏଥିରେ ବ୍ୟବହାର ହୋଇଥିବା ଟେକ୍ନିକ ଦ୍ୱାରା ଜାହାଜର ଇଞ୍ଜିନ ଶବ୍ଦ ପଦାକୁ ଆସିବ ନାହିଁ ଯାହା ଫଳରେ ଏହା ଶତ୍ରୁକୁ ଏହାର ଟେର ପାଇବା କଷ୍ଟକର ହେବ।