୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ଭବନ ପର୍ଯ୍ୟଟକମାନଙ୍କ ପାଇଁ ଶନିବାର ଓ ରବିବାର ଖୋଲା ରହିବ। କରୋନା ମହାମାରୀ କାରଣରୁ ଏହା ଗତ ୧୧ ମାସ ଧରି ବନ୍ଦ ରହିଥିଲା ବୋଲି ସୋମବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ପୂର୍ବପରି ପ୍ରତ୍ୟେକ ପର୍ଯ୍ୟଟକଙ୍କ ଲାଗି ପଞ୍ଜୀକରଣ ଦେୟ ୫୦ଟଙ୍କା ରଖାଯାଇଛି। ତେବେ ପର୍ଯ୍ୟଟକଙ୍କ ନିମନ୍ତେ କରୋନା ପ୍ରୋଟୋକଲ୍ ଲାଗୁ ହେବ। ପର୍ଯ୍ୟଟକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରିବେ। ସେମାନେ ପୂର୍ବାହ୍ନ ୧୦.୩୦, ମଧ୍ୟାହ୍ନ ୧୨.୩୦ ଓ ଅପରାହ୍ନ ୨.୩୦ରେ ରାଷ୍ଟ୍ରପତି ଭବନ ବୁଲି ପାରିବେ। ପ୍ରତିଥରରେ ୨୫ଜଣ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ।