କୁଇକେଡ଼ା ଗାଁରେ ସମ୍ବିଧାନ ଦିବସ ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ାରେ ଆସନ୍ତା ନଭେମ୍ବର ୨୬ ସମ୍ବିଧାନ ଦିବସ ପାଇଁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଳି ଉଚ୍ଚ ବିଦ୍ୟାଳୟ ପରିସରରେ ୧୧ଟାରେ ସମ୍ବିଧାନ ଦିବସ ପାଳନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ଟିଟିଲାଗଡ଼ ଗରିବ ସେନା ସଭାପତି ବିରେନ୍ଦ୍ର ବାଗ, ସମାଜସେବୀ ସୁବାସ ଛତର, ସାମୁଏଲ ନନ୍ଦ, ଜଗଦୀଶ ମହାନନ୍ଦ, ଜିତେନ ମହାନନ୍ଦ, ଅଜିତ ମହାନନ୍ଦ ଓ ଈଶ୍ୱର ହରପାଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗରିବ ସେନା ଅଧ୍ୟକ୍ଷ ବିରେନ୍ଦ୍ର ବାଗ ଧନ୍ୟବାଦ ଦେଇଥିଲେ ।