ପାକିସ୍ତାନଠୁ ହାରିବା ପରେ ନ୍ୟୁଜିଲାଣ୍ଡ ଅଧିନାୟକ ଭାବବିହ୍ୱଳ

ସିଡନୀ: ଟି-୨୦ ୱାର୍ଲ୍ଡକପର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନଠୁ ହାରିବା ପରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଭାବବିହ୍ୱଳ ହୋଇ କହିଛନ୍ତି ଯେ, ଆମେ ପାକିସ୍ତାନକୁ କଡ଼ା ଟକ୍କର ଦେଇ ପାରିଲୁନି ତାହା ଆମ ପାଇଁ ଖୁବ୍ ନୈରାଶ୍ୟଜନକ । ସେମାନେ ଶାନଦାର ପ୍ରଦର୍ଶନ କଲେ । ଆମ ପାଇଁ ଏହି ପରାଜୟକୁ ଗ୍ରହଣ କରିବା ସହଜ ନୁହେଁ । ବାବର ଓ ରିଜବାନ ଆମକୁ ଚାପରେ ପକାଇଥିଲେ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିୟାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ୪ଟି ୱିକେଟ ହରାଇ ୧୫୨ ରନ୍ ହାସଲ କରିଥିଲା । ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜବାନଙ୍କ ଦମଦାର ବ୍ୟାଟିଂ ବଳରେ ପାକିସ୍ତାନ ଦୀର୍ଘ ୧୩ ବର୍ଷ ପରେ ଟି-୨୦ ୱାର୍ଲ୍ଡକପ ଫାଇନାଲରେ ପ୍ରବେଶ କରିଛି ।