ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ପଞ୍ଚାୟତ ସମିତି କଲେଜରେ ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ବ୍ଲକସସ୍ତରୀୟ ଖେଳ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଅତିରିକ୍ତ ଥାନାଧିକାରୀ ଆଲୋକ ଭୋଇ, କଲେଜର ଅତିରିକ୍ତ ଅଧ୍ୟକ୍ଷ ତିରୁପତି ମେହେର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନାରାୟଣ ଭୋଇ ଓ ଜିପିଓ ପଦ୍ମକାନ୍ତ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଆଗାମୀ ଦିନରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ ୨୦୨୨କୁ ଆଖି ଆଗରେ ରଖି ବ୍ଲକର ବିଭିନ୍ନ ଅଞ୍ଚଳରୁ ଯୁବ ଖେଳାଳିଙ୍କ ପ୍ରତିଭା ଅନ୍ୱେଷଣ କରିବା ପାଇଁ ଏହା ଏକ ପଦକ୍ଷେପ ହୋଇଥିବାବେଳେ ବ୍ଲକର ୧୭ ର୍ କିମ୍ୱା ୧୭ ବର୍ଷରୁ କମ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଧାର୍ଯ୍ୟ କରଯାଇଛି । ପ୍ରଥମେ ପଞ୍ଚାୟତସ୍ତରରେ ସ୍କୁଲମାନଙ୍କରେ ଖେଳ ଶିକ୍ଷକଙ୍କ ଦ୍ୱାରା ଖେଳ ଅନୁଷ୍ଠିତ ହେବ ଯାହାକୁ ସ୍କୁଲର ଖେଳ ଶିକ୍ଷକ ସମେତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟମାନେ ସହଯୋଗ କରିବେ । ପରେ ପଞ୍ଚାୟତସ୍ତରରେ ଖେଳାଳିମାନେ ଚୟନ ହେଲା ପରେ ବ୍ଲକସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଖେଳର ଇଭେଣ୍ଟ ଭାବେ ୨ଟି ଖେଳ ଖୋକୋ ଓ ଫୁଟବଲକୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀଯୁକ୍ତ ନାଗ ସ୍କୁଲମାନଙ୍କର ଖେଳ ଶିକ୍ଷକ, ସମସ୍ତ ସରପଞ୍ଚ, ପଞ୍ଚାୟତ ସମିତି ଓ ବ୍ଲକର ଅନ୍ୟାନ୍ୟ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଗଣ୍ଡପତ୍ରପାଲି ସରପଞ୍ଚ ମନିସ ସୁନା, କରିଷ୍ମା ନନ୍ଦ, ଗଜପତି ସାହୁ, ଅଶୋକ ସାହୁ, ଶୈଳେନ୍ଦ୍ର ମହାନନ୍ଦ, ଯୁଗଲାଲ ମାଝୀ, ପୁରୁଷୋତ୍ତମ କଲତା, ଘୁନସର ସରପଞ୍ଚଙ୍କ ପ୍ରତିନିଧି ଚମ୍ପୁ ସେଠ ଓ ଶିଷକେଲା ସମିତି ଉମାକାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ ।