ନୂଆଦିଲ୍ଲୀ: ରାଜ୍ୟସଭାରେ ‘ସମାନ ନାଗରିକ ସଂହିତା’ ଅଧିକାର ବଧେୟକ ପାରିତ ହୋଇଯାଇଛି । ବିଜେପି ସାଂସଦ କିରୋଡୀଲାଲ ମୀଣା ବିଧେୟକ ଆଗତ କରିଥିଲେ । ସଦନରେ ବିରୋଧୀଙ୍କ ହଟ୍ଟୋଗଳ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ି ନଥିଲା । ବିଧେୟକକୁ ରୋକିବା ପାଇଁ ବିରୋଧୀଙ୍କ ଦାବୀକୁ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ଖାରଜ କରି ଦେଇଥିଲେ । ପରେ ୨୩ ମୁକାବିଲାରେ ୬୩ ମତ ବଳରେ ଏହାକୁ ପାରିତ କରାଯାଇଥିଲା ।
ସୂଚନାଯୋଗ୍ୟ, ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ଅଧିବେସନରେ ଅନେକ ପ୍ରସଙ୍ଗରେ ସରକାର ଓ ବିପକ୍ଷ ମଧ୍ୟରେ ଗତିରୋଧ ଦେଖିବାକୁ ମିଳୁଛି । ରାଜ୍ୟସଭା ସଭାପତି ରୂପେ ଜଗଦୀପ ଧନଖଡଙ୍କ ପାଇଁ ମଧ୍ୟ ଏହା ପ୍ରଥମ ଅଧିବେସନ । ସେଥିପାଇଁ ଅଧିବେସନ ଆରମ୍ଭ ହେବା ପୂର୍ବରୁ ସଦନର କାର୍ଯ୍ୟକାଳର ବ୍ୟବଧାନକୁ କମ୍ କରିବା ଓ ସୁଧାର ଆଣିବାକୁ ନେଇ ସଦସ୍ୟଙ୍କୁ ସଭାପତି ରାୟ ମାଗିଥିଲେ ।