ବନ୍ଧଗଡ଼ କସମ କାର୍ଯ୍ୟାଳୟରେ ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଓ ଆଲୋଚନା ବୈଠକ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ରେ ଥିବା ହଳଦୀ ପ୍ରକ୍ରିୟାକରଣ କେନ୍ଦ୍ର କସମ କାର୍ଯ୍ୟାଳୟରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଚାଷୀ ଏବଂ କସମ ସମ୍ପାଦକଙ୍କ ମଧ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । କସମ ସମ୍ପାଦକ ସଞ୍ଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ୧୧ଟି ସମିତିର ସଭାପତି ଓ ସମ୍ପାଦକଙ୍କ ସହ ଚାଷୀମାନେ ଯୋଗ ଦେଇଥିଲେ । ବୈଠକରେ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିବା ସହ ଆସନ୍ତା ୧୭ ତାରିଖରେ କସମକୁ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ଏନେଇ ବୈଠକରେ ଆଲୋଚନା କରାଯାଇଛି । ଏଥିରେ କସମ ସମ୍ପାଦକ ସଂଜିତ କୁମାର ପଟ୍ଟନାୟକ, ବ୍ଲକ ସଭାପତି ରାଜ କର୍ଣ୍ଣ, ସମିତି ସଭାପତି ସୁସେନ ଭୁକ୍ତା, ନରେଶ ଚରଣ କହଁର, ପଞ୍ଚାନନ ପ୍ରଧାନ, ନାରାୟଣ କହଁରଙ୍କ ସହ ୧୧ଟି ସମିତିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।