ପାଟଣାରେ ଜନନୀ ଯନ୍ତ୍ରଣା, ୪ କିଲୋମିଟର ଚାଲିଲେ ଗର୍ଭବତୀ ମହିଳା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣାରେ ଜନନୀ ଯନ୍ତ୍ରଣା। ଗାଁ’କୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ୪ କିଲୋମିଟର ଚାଲିଲେ ଗର୍ଭବତୀ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗାଁ’ର ମାଝୀ ସାହିରେ। ଗ୍ରାମର ସମରେନ୍ଦ୍ର ମାଝୀଙ୍କ ପତ୍ନୀ ପାର୍ବତୀ ମାଝୀଙ୍କ ପ୍ରସବ ବେଦନା ହେବାରୁ ୧୦୨କୁ ଫୋନ କରିଥିଲେ। ୧୦୨ ଆସିଥିଲେ ହେଁ ଗାଁ’କୁ ଯିବା ରାସ୍ତାର ନାଳ ଉପର ପୋଲ ଭାଙ୍ଗି ଯାଇଥିବାରୁ ଆମ୍ବୁଲାନ୍ସ ଯାଇପାରି ନଥିଲା। ଗର୍ଭବତୀ ମହିଳା ଜଣଙ୍କୁ ଆଶାକର୍ମୀ ଓ ଆମ୍ବୁଲାନ୍ସ କର୍ମୀ ଧରି ୪ କିଲୋମିଟର ଚଲାଇ ଚଲାଇ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ତାଙ୍କୁ ପ୍ରଥମେ ପାଟଣା ଓ ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।