୬ କିମି ଖାଲି ପାଦରେ ଚାଲିଲେ ଗର୍ଭବତୀ ମହିଳା

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ଅଞ୍ଜରୀଆଗୁଡା ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ରୁ ୬ କିମି ଖାଲି ପାଦରେ ଚଲାଇ ଚଲାଇ ହସ୍ପିଟାଲ ଅଣାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଅଞ୍ଜରୀଆଗୁଡା ଗ୍ରାମର ଜଣେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଆମ୍ବୁଲାନ୍ସ ପାଇଁ ପୁଷ୍ପକ ସ୍ୱେଚ୍ଛା ସେବୀ ସଂଗଠନକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ବୁଲାନ୍ସ ନ ଆସିବାରୁ ମହିଳାଙ୍କୁ ରାସ୍ତାରେ ଚଲାଇ ଚଲାଇ ୫ରୁ ୬ କିମି ଯାଏଁ ନିଆଯାଇଥିଲା। ଏହା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀ ଆହୁରି ଅଭିଯୋଗ କରି କରିଛନ୍ତି ଯେ, ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଏହାକୁ ଠିକ ଭାବରେ କାର୍ୟ୍ୟକାରୀ କରାଯାଉ ନାହିଁ। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି !