ରହସ୍ୟଜନକ ଭାବେ ଗର୍ଭବତୀ ମହିଳାଙ୍କ ଶବ ଉଦ୍ଧାର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ କଲୋନୀରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ବ୍ଲକ କର୍ମଚାରୀ କିଶୋର ସାହୁଙ୍କ ପତ୍ନୀ କସ୍ତୁରୀ ବାରିକ। ମୃତକ ମହିଳା ୬ ମାସର ଗର୍ଭବତୀ ଥିବା ଜଣାଯାଇଛି।

ସ୍ଵାମୀ କିଶୋରଙ୍କ କହିବା ମୁତାବକ, ସେ ବ୍ଲକ କାର୍ଯ୍ୟାଳୟରୁ ପୂର୍ବାହ୍ନରେ ଘରକୁ କୌଣସି ଏକ କାମରେ ଘରକୁ ଯାଇଥିବା ବେଳେ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିଥିଲେ। ଆଗ ପଟ ଗେଟ ବନ୍ଦ ଥିବାବେଳେ ପଛ ଗେଟ ଖୋଲାଥିବା କିଶୋର କହିଛନ୍ତି। ପରେ ତାଙ୍କୁ ଟିଟିଲାଗଡ ଡ଼ାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର କସ୍ତୁରୀଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।