ପୁରୀରେ ‘ମୋ ଧାମ୍ ମୋ ଗର୍ବ ଅଭିଯାନ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀକୁ ଦେଶର ସର୍ବଶ୍ରେଷ୍ଠ ସହର ଭାବେ ଗଢ଼ି ତୋଳିବା ପାଇଁ ‘ମୋ ଧାମ୍ ମୋ ଗର୍ବ’ ଅଭିଯାନ ଆରମ୍ଭ ହୋଇଛି। ଏନେଇ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜା ଦିବ୍ୟସିଂହ ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମପୀଠ ତେଣୁ ଏହାକୁ ସଫା ସୁତୁରା ରଖିବା ଆମ କର୍ତ୍ତବ୍ୟ ବୋଲି ସ୍ୱ।।ମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜା ଦିବ୍ୟସିଂହ କହିଛନ୍ତି। ସେହିପରି ପୁରୀର ପବିତ୍ର ମାଟିକୁ ଅଳିଆ ଛୁଇଁବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି।