ପରିତ୍ୟକ୍ତ ଘରୁ ମୂଲ୍ୟବାନ କାଠ ଜବତ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଡାରୀ ପୁରଣା ଷ୍ଟେଟବ୍ୟାଙ୍କ ସାହିରେ ଥିବା ଏକ ପରିତ୍ୟକ୍ତ ଘରୁ ବିପୁଳ ପରିମାଣରେ ମୂଲ୍ୟବାନ କାଠ ଜବତ ହୋଇଛି। ଗୁଡାରୀ ରେଞ୍ଜର ସଂଘମିତ୍ରା ଭୋଇ କୌଣସି ସୂତ୍ରରୁ ଖବରପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିବା ସହ ତହସିଲଦାର ଭାରତୀ ଦେବୀ, ଆଇଆଇସି ସୁଶାନ୍ତ କୁମାର ତାଉଡିଆ, ବନପାଳ ବରଖାରାଣୀ ପାତ୍ରଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗା ହୋଇ ଶାଳ, ପିଆଶାଳ, ଶାଗୁଆନ ପଟା ସହ ୩୬ ଖଣ୍ଡ କାଠ ଜବତ ହୋଇଛି। ଏହି ଜବତ କାଠର ଆନୁମାନିକ ମୂଲ୍ୟ ୯୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି କାଠ କାହାର ଓ କେଉଁଠୁ ଆସିଲା ସେ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।