ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ସ୍ଥିତ ଗ୍ରାମୀଣ କୋଟା ଫାଇନାନ୍ସିଆଲ ସର୍ଭିସ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଦେବଗଡ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟଙ୍କ ବ୍ୟବହାର ନିମନ୍ତେ ମାଗଣାରେ ସାନିଟାଇଜର ଓ ମାସ୍କ ବିତରଣ କରାଯାଇଛି। ସ୍ଥାନୀୟ ବସନ୍ତ ନିବାସ ଡାକବଙ୍ଗଳାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ କୋଟାର ଶାଖା ପରିଚାଳକ ଧର୍ମେନ୍ଦ୍ର ସାହା ଯୋଗଦେଇ କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ସେ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବୋଧନ କରିବା ସହ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ଓ ସଦସ୍ୟାଙ୍କ ବ୍ୟବହାର ନିମନ୍ତେ ସାଇନିଟାଇଜର ଓ ମାସ୍କ ବିତରଣ କରିଥିଲେ। ଶେଷରେ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ଅଶୋକ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ କୋଟା ଅନୁଷ୍ଠାନର କର୍ମଚାରୀ ନନ୍ଦଲାଲ ସାହୁ, ଜୟାନନ୍ଦ ସାହୁ, ଅଭିଷେକ ଭୋଇ, ବରିଷ୍ଠ ନାଗରିକ ବେଣୁଧର ଗଡନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା ସାମ୍ବାଦିକ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ପୂର୍ବରୁ ଗ୍ରାମୀଣ କୋଟା ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଦେବଗଡ଼ ଥାନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ସାନିଟାଇଜର ଓ ମାସ୍କ ବିତରଣ କରାଯାଇଥିଲା।