କୁଆଁପାଳ,ଏନ୍ଏନ୍ଏସ୍: ଓଡ଼ିିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ମାହାଙ୍ଗା ବ୍ଲକ୍ ଉମର ପଞ୍ଚାୟତ ସ୍ଥିତ ଉମର ବଳଦେବଜୀଉ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୫୯.୨୩ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟନ ସୁବିଧା କେନ୍ଦ୍ର ଓ ୨୫ ଲକ୍ଷ ଟଙ୍କା ବ୍ୟୟରେ କଣ୍ଟଣିଆ ସ୍ଥିତ ବୈକୁଣ୍ଠ ବାଟିକାର ଶୁଭ ଉଦ୍ଘାଟନ କରିଛନ୍ତି ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ସେ କହିଛନ୍ତି କି ମାହାଙ୍ଗାର ସର୍ବାଙ୍ଗୀନ ଉନ୍ନତି କରିବା ମୋର ପ୍ରଥମ ଲକ୍ଷ୍ୟ। ସେଥି ନିମନ୍ତେ ମୁଁ ଯଥାସମ୍ଭବ ଚେଷ୍ଟା କରିବି।
ଏହି ଉତ୍ସବରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମାହାଙ୍ଗା ମାଟିର ଅବଦାନ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଅତୁଳନୀୟ ବୋଲି ମତ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ଯୋଗଦେଇ ମାନ୍ୟବର ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱର ପୀଠ, ବିନୋଦ ବିହାରୀ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଓ ଜରିଆ ଝିଲ୍ଲୀ ଠାରେ ଏକ ନୌକା ବିହାର କେନ୍ଦ୍ର ସ୍ଥାପନ କରାଯିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।
କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି ଓ ସଂସ୍କୃତି ବିଭାଗର ଶ୍ରୀମୟୀ ମିଶ୍ର ଯୋଗଦେଇ ମାହାଙ୍ଗା ଅଞ୍ଚଳର ଉନ୍ନତି ନିମନ୍ତେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଡିଓ ନିହାର ରଞ୍ଜନ ମଲ୍ଲିକ, ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ, ବିଜୁ ଜନତା ଦଳର ସଭାପତି ରାଜକିଶୋର ଜେନା, ଅଶୋକ ଓଝା, ରମାକାନ୍ତ ମହାନ୍ତି, ଅକ୍ଷୟ କୁମାର ଷଡ଼ଙ୍ଗୀ, ରମାକାନ୍ତ ପ୍ରହରାଜ, ମଦନମୋହନ ମଲ୍ଲ, ଜ୍ୟୈାତି ରଞ୍ଜନ ମହାନ୍ତି, ଦେବେନ୍ଦ୍ର କୁମାର ସାହୁ, ଉମର ପଞ୍ଚାୟତର ସରପଞ୍ଚ ନିରୁପମା ମହାପାତ୍ର, ସମିତିସଭ୍ୟା ରତ୍ନପ୍ରଭା ମହାରଣା, ନାହାଙ୍ଗା ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ଯୁବ ବିଜେଡି ସଭାପତି ଶରତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ପଣ୍ଡିତ ଭଜକୃଷ୍ଣ ମିଶ୍ର ବେଦପାଠ କରିଥିଲେ।