କଟକ,ଏନ୍ଏନ୍ଏସ୍: ଓସିଏ ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। କେବଳ ଔପଚାରିକ ଘୋଷଣା ବାକି ରହିଥିବାବେଳେ ସଭାପତି ଆସନରେ ଅଳଙ୍କୃତ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ।
ସେହିପରି ସମ୍ପାଦକ ଭାବେ ସଞ୍ଜୟ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ପ୍ୟାନେଲରେ ପ୍ରଣବଙ୍କ ସମେତ ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଥିବାବେଳେ କେବଳ ଔପଚାରିକ ଘୋଷଣା ବାକି ଅଛି । ଏହି ଅବସରରେ ପ୍ରଣବ ପ୍ରକାଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାିଛନ୍ତି ।
ଏଥିସହ ପ୍ରଣବ ପ୍ରକାଶ ପ୍ୟାନଲର ସମସ୍ତ କର୍ମକର୍ତ୍ତା ଏବଂ ଓସିଏ ମେମ୍ବରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏହି ଲଦାୟିତ୍ୱ ଦେଇଛନ୍ତି । ଓସିଏ ସଭାପତି ହେବାନେଇ କେବେ ଭାବି ନଥିଲି । କିନ୍ତୁ ରାଜ୍ୟସରକାର ଅନବରତ କ୍ରୀଡାର ଉନ୍ନତୀ ଏବଂ ପ୍ରଗତି ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ଭୂମିକା ନେବାକୁ ପଡିଛି । ଆଗାମୀ ଦିନରେ କ୍ରିକେଟର ବିକାଶ ହେବ ବୋଲି କହିଛନ୍ତି ନିବନିର୍ବାଚିତ ଓସିଏ ସଭାପତି ।