ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ବଦଳି ହୋଇଥିବା ଅଫିସରମାନଙ୍କୁ ଯଥାଶିଘ୍ର ରିଲିଭ୍ କରିବା ସହ ତୁରନ୍ତ ନିଜ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବଦଳି ହୋଇଥିବା ୨୦ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଅଧିକାଂଶ ତହସିଲଦାର ଅଛନ୍ତି ।

ବିଜୟ କୁମାର ପ୍ରଧାନଙ୍କୁ ଖଜୁରିପଦାକୁ ତହସିଲ୍‌ଦାର ଭାବେ ବଦଳୀ କରାଯାଇଛି । ସେହିପରି ସ୍ୱପ୍ନିତା ନାୟକଙ୍କୁ ଡେପୁଟି କଲେକ୍ଟର ଭାବେ ବୌଦ୍ଧକୁ ବଦଳୀ କରାଯାଇଛି । କେହଳାଶ ଚନ୍ଦ୍ର ତ୍ରିପାଠୀଙ୍କୁ ଗୁମା ତହସିଲ୍‌ଦାର, ଖଗେଶ୍ୱର ପାତ୍ରଙ୍କୁ ଗଣିଆ ବିଡିଓ, ସିରିୟାଲ ଶୁଭ୍ର ପଟେଲଙ୍କୁ ପରଜଙ୍ଗ ତହସିଲଦାର, ଲକ୍ଷ୍ମୀଧର ରାଉତଙ୍କୁ ଉପଜିଲ୍ଲାପାଳ ଢ଼େଙ୍କାନାଳ, ବନିନୀବେତା ସ୍ୱାଇଁଙ୍କୁ ଓଡ଼ପଡ଼ା ତହସିଲଦାର, ହରିହର ପଞ୍ଚୁଆତୀଙ୍କୁ ଡେପୁଟି କଲେକ୍ଟର ଢ଼େଙ୍କନାଳ, ବିନୋଦ କୁମାର ବେହେରାଙ୍କୁ ବିଏମ୍‌ସି ଡେପୁଟି କମିଶନର ବ୍ରହ୍ମପୁର, ମିହିର ରଞ୍ଜନ ବେହେରାଙ୍କୁ ଜଳେଶ୍ୱର ତହସିଲ୍‌ଦାର ଭାବେ ବଦଳୀ କରାଯାଇଛି ।

ସେହିପରି ଜଲୋ୍‌ବର ତହସିଲଦାର ସ୍ମୃତି ରଞ୍ଜନ ମଲ୍ଲିକଙ୍କୁ ରାଇରଙ୍ଗପୁର ତହସିଲଦାର, ନିର୍ମଳ ଚନ୍ଦ୍ର ସାହୁଙ୍କୁ ଡେପୁଟି କଲେକ୍ଟର ଗଜପତି, ତାପସ ବିଶିଙ୍କୁ ତହସିଲଦାର ପଦ୍ମପୁର ବରଗଡ଼, ଅମୀୟ କେତନ ସ୍ୱାଇଁଙ୍କୁ ବିନିକା ଏନ୍‌ଏସି, ଶ୍ରକୁର ରଥଙ୍କୁ ଦଶପଲ୍ଲା ତହସିଲ୍‌ଦାର, ବିଶ୍ୱନାଥ ବିଶ୍ୱାଳଙ୍କୁ ତହସିଲ୍‌ଦାର ସିମୁଳିଆ, ମାଧବ ଚନ୍ଦ୍ର ବିରୁଆଙ୍କୁ ବାଙ୍ଗିରିପୋଷି ତହସିଲ୍‌ଦାର, ଅଜିତ୍ ନାରାୟଣ ପ୍ରସାଦ ଗିରିଙ୍କୁ ଏଚ୍‌ଆଣ୍ଡୟୁଡି ବିଭାଗ, ତରୁଣ କୁମାର ମହାପାତ୍ରଙ୍କୁ ଢ଼େଙ୍କନାଳ ମ୍ୟୁନସିପାଲଟିକୁ ଏଚ୍‌ଆଣ୍ଡୟୁଡି ବିଭାଗକୁ ବଦଳୀ କରାଯାଇଛି ।