କରୋନା ପାଇଁ ଠାକୁରଙ୍କ ପାଖରେ ଦେଲେ ନରବଳୀ, ଥାନାରେ ଆତ୍ମ ସମର୍ପଣ

କଟକ/ନରସିଂହପୁର,ଏନ୍ଏନ୍ଏସ୍: କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। କରୋନା ରୋକିବା ପାଇଁ ଠାକୁରଙ୍କ ପାଖରେ ନରବଳୀ ଦେଇଥିବା ଜଣାପଡ଼ିଛି। ପରେ ହତ୍ୟାକାରୀ ତଥା ବ୍ରାହ୍ମଣ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ବନ୍ଧ ନିକଟରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମୁଣ୍ଡ ଗଣ୍ଡି ଅଲଗା ଅବସ୍ଥାରେ ଗ୍ରାମର ସରୋଜ ପ୍ରଧାନ(୫୦)ଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ। ଅଭିଯୁକ୍ତ ବନ୍ଧହୁଡା ବ୍ରାହ୍ମଣୀ ଦେଇ ମନ୍ଦିର ପୂଜକ ସଂସାରୀ ଓଝା(୭୨)। ଗତକାଲି ବିଳମ୍ବିତ ରାତିରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।
ଏହାପରେ ନରସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଣେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଛି।