୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୬,୫୬୬ ନୂତନ କୋଭିଡ-୧୯ ସଂକ୍ରମଣ ମାମଲା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୫୬୬ ନୂତନ  କୋଭିଡ-୧୯ ସଂକ୍ରମଣ ମାମଲା ଦେଖା ଦେଇଛି। ସେହିପରି  ୨୪ ଘଣ୍ଟାରେ ୧୯୪ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ସମୁଦାୟ ସଂକ୍ରମଣ ମାମଲା ୧,୫୮,୩୩୩ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ଦେଶରେ ୮୬୧୧୦ ସକ୍ରିୟ ମାମଲା ରହିଛି।

ସଂକ୍ରମଣରେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪୫୩୧ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର କରୋନା ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ସେଠାରେ ବର୍ତ୍ତମାନ ୫୭ ହଜାରରୁ ଊଦ୍ଧ୍ୱର୍ କରୋନା ମାମଲା ଦେଖାଦେଇଛି। ଯେଉଁଥିରେ ୧୮୯୭ ଜଣଙ୍କର ମୃତ୍ୟୁ ଘଟିଛି।

ଏଥି ସହିତ ତାମିଲନାଡୁର ମୋଟ କରୋନା ମାମଲା ୧୮ ହଜାର ୫୪୫, ଯେଉଁଥିରେ ୧୩୩ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ୧୫ ହଜାର ୨୫୭, ଗୁଜୁରାଟରେ ୧୫,୧୯୫।