ରାସ୍ତାରେ ପଡିଛି ପିପିଇ କିଟ୍

ମାଲକାନଗିରି,ଏନ୍ଏନ୍ଏସ୍: ରାସ୍ତାରେ ପଡିଛି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ପିପିଇ କିଟ୍ ଓ ଗ୍ଲୋବ୍ସ । ଜିଲ୍ଲାର ବସଷ୍ଟାଣ୍ଡଠାରୁ ଚାଲାଣଗୁଡା ବାଇପାସ ରାସ୍ତା ପାଶ୍ୱର୍ରେ ବ୍ୟବହୃତ ହୋଇଥିବା ଏହି ପିପିଇ କିଟ ପଡିଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁଯାୟୀ ବ୍ୟବହୃତ ପିପିଇ କିଟକୁ ସୁରକ୍ଷିତ ସ୍ଥାନରେ ନଷ୍ଟ କରାଯିବା କଥା।

କାରଣ ବ୍ୟବହୃତ କିଟ ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।