ଝାରସୁଗୁଡ଼ାରେ କୋର୍ଟ କମ୍ପେ୍ଲକ୍ସ ଉଦଘାଟିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଆଜି ଝାରସୁଗୁଡା ଜିଲ୍ଲାର ନୂତନ କୋର୍ଟ କମ୍ପେ୍ଲକ୍ସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ପ୍ରାୟ୧୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି କୋର୍ଟ କମ୍ପେ୍ଲକ୍ସର ଉଦଘାଟନ ପରେ ଏବେ ଝାରସୁଗୁଡ଼ା ଠାରେ ଥିବା ଜିଲ୍ଲା ଜଜଙ୍କ କୋର୍ଟରୁ ଆରମ୍ଭ କରି ଏସଡିଜେଏମ ଏବଂ ଜେଏମଏଫସିଙ୍କ କୋର୍ଟ ପର୍ଯ୍ୟନ୍ତ ସମସ୍ତ କୋର୍ଟ ସେହି ନୂତନ କମ୍ପେ୍ଲକ୍ସକୁ ସ୍ଥାନାନ୍ତର ହୋଇ କାର୍ଯ୍ୟ କରିବା ଆରମ୍ଭ କରିବ। ଏହାସହ ଆଗାମୀ ଦିନରେ କୋଲ ବିୟରିଙ୍ଗ ଏକ୍ଟ ଟ୍ରିବୁନାଲ, ଫ୍ୟାମିଲି କୋର୍ଟ, ଭିଜିଲାନ୍ସ ପରି ଅନେକ କୋର୍ଟ ଏଠାରେ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯିବ। ଏଥିପାଇଁ ଏହି ନବନିର୍ମିତ କୋର୍ଟରେ ସମସ୍ତ ପ୍ରକାର ଭିତ୍ତି ସଂରଚନା ରହିଛି। କୋର୍ଟ କମ୍ପେ୍ଲକ୍ସର ଉଦଘାଟନ ପରେ ଜିଲ୍ଲାରେ ନ୍ୟାୟ ପ୍ରକ୍ରିୟା ଶୀଘ୍ର ହେବବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଆଜିର ଏହି ଉଦଘାଟନୀ ସମାରୋହରେ  ଜଜ ଡ. ଏକେ ମିଶ୍ର, ଜିଲ୍ଲା ଦୌରାଜଜ ପିକେ ନାୟକ, ଏଡିଜେ ରଞ୍ଜନ ପାଢୀ, ସିଜେଏମ ସୁନୀଲ କୁମାର ଦାସ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ରେଜିଷ୍ଟ୍ରାର ଗୋପବନ୍ଧୁ ଗଡନାୟକ, ଜେଏମଏଫସି ବିକାଶ ଗୋୟଲ, କୋର୍ଟ ମ୍ୟାନେଜର ମନମିତ ସିଂ, ବାର ଏସୋସିଏସନ ସଭାପତି ପି ରାମ ମୋହନ ରାଓ, ତାପସ କୁମାର ଚୌଧୁରୀ, ବିଶ୍ୱନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।