ଓପିଜିସି ୟୁନିଟ ୨ରୁ ବଦ୍ୟୁତ୍ ଉତ୍ପଦନ ଠପ୍

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସଗୁଡ଼ା ଜିଲ୍ଲା ଇବ ଥର୍ମାଲ ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ(ଓପିଜିସି)ର ୟୁନିଟ ୨ରୁ ବିଦ୍ୟୁତ୍ ଉତ୍ପାଦନରେ ବାଧାପ୍ରାପ୍ତ ହୋଇଛି। ସୁଚନା ମୁତାବକ ୟୁନିଟ ୨ର ବଏଲର ଟ୍ୟୁବ୍ ଲିକେଜ ହେବାରୁ ଶୁକ୍ରବାର ସକାଳ ୭ଟା ୨୮ରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିବା ଜଣାପଡ଼ିଛି। ଏନେଇ ଓପିଜିସିର ଏଚଆର ପ୍ରଶାସନିକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରି ଚିତ୍ତରଞ୍ଜନ ସ୍ୱାଇଁଙ୍କୁ ପଚାରିବାରୁ ଘଟଣାକୁ ସ୍ୱିକାର କରିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ମରାମତି କାମ ଚାଲିଛି। ଖୁବ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।