ମାଓ ସହିଦ ସପ୍ତାହରେ ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍

ମାଲକାନଗିରି,ଏନ୍ଏନ୍ଏସ୍: ଝାଡଖଣ୍ଡରୁ ଛତିଶଗଡ଼ ପରେ ଏବେ ଓଡ଼ିଶାର ସବୁଠି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଲାଗି ଆହ୍ୱାନ ଦିଆଯାଇଛି। ବିଭିନ୍ନ ଜାଗାରେ ମାଓ ପୋଷ୍ଟର ଜାରି କରାଯାଇଛି। ଏଥିସହ ମାଲକାନଗିରିରେ ମାଓ ନେତା ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍। ମାଲକାନଗିରି କୋରାପୁଟ ମାଓ ଡ଼ିଭିଜନର ମାଓ ନେତା ରାକେଶ ତେଲୁଗୁ ଭାଷାରେ ସହିଦ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆହ୍ୱାନ ଦେଇଛନ୍ତି।

ଯବାନଙ୍କ ଉପରେ ବର୍ଷିବା ସହିତ ଗ୍ରାମାଞ୍ଚଳରେ ଜଳ ଜଙ୍ଗଲ ପାଇଁ ଲଢେଇ ଜାରି ରଖିବେ ବୋଲି କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୁଲିସ ସୀମାବର୍ତ୍ତୀ ଅଞ୍ଚଳରେ ତିଖଣ ନଜର ରଖିବା ସହିତ କୁମ୍ବିଂ ଅପରେସନକୁ ଜୋରଦାର କରିଛି। ଆଜିଠୁ ଅର୍ଥାତ ୨୮ ଜୁଲାଇଠୁ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ହେବ।