ଆତଙ୍କୀଙ୍କ ଆଖିବୁଜା ଗୁଳିମାଡରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର,ଏଜେନ୍ସି: ଦିନକୁ ଦିନ ଜମ୍ମୁ କଶ୍ମୀରରେ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ। କେତେବେଳେ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ କରୁଛନ୍ତି ତ ଆଉ କେତେବେଳେ ଗ୍ରେନେଡ ମାଡ କରୁଛନ୍ତି। ଆଉ ଏଥିରୁ ବର୍ତ୍ତିପାରୁ ନାହାନ୍ତି ସାଧାରଣ ନାଗରିକ। ଶ୍ରୀନଗର ବୁଲବୁଲଙ୍କର ନଓ୍ବାକାଡାଲ ଅଞ୍ଚଳର ଜଣେ ସାଧାରଣ ନାଗରିକଙ୍କୁ ଗୁଳି ବାଜିଥିଲା। ଏଥିରେ ସେ ଗୁରୁତର ହୋଇପଡିଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜଣେ ସାଧାରଣ ନାଗରିକଙ୍କ ଆତଙ୍କୀଙ୍କ ଗୁଳିରେ ମୃତ୍ୟୁ ଘଟିଥିବା ଖବର ଜଣାପଡିବା ପରେ ସେହି ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୁମ୍ବିଂ ଜୋରଦାର କରାଯାଇଛି।

ସେହିପରି ଗତ ୨୩ ତାରିଖରେ ମଧ୍ୟ ଆତଙ୍କୀ ଟ୍ରାଲ ଅଞ୍ଚଳର ଆତଙ୍କୀ ଆଖିବୁଜା ଗୁଳିମାଡ କରିଥିଲେ। ଏଥିରେ ଜଣେ ସାଧାରଣ ନାଗରିକଙ୍କ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତକ ହେଉଛନ୍ତି ଜାଭେଦ ଅହମ୍ମଦ ମଲ୍ଲିକ ବୋଲି ସୂଚନା ମିଳିଛି।