କେନ୍ଦ୍ର ସରକାରଙ୍କ ଅନ୍ୟାୟ ବିରୁଦ୍ଧରେ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ଦେବଗଡ଼,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ଓ ଅନ୍ୟାୟ ବିରୁଦ୍ଧରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଯୋଗୁ ଜିଲ୍ଲାରେ ଡାକ ସେବା ଠପ ହୋଇଯାଇଛି । ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ କର୍ମଚାରୀଙ୍କ ସମାନ କାମକୁ ସମାନ ବେତନ, ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ସ୍ଥାୟୀ କର୍ମଚାରୀ ମାନ୍ୟତା, ପ୍ରତି ୧୨ ବର୍ଷରେ ଆର୍ଥିକ ପଦନ୍ନୋତି ସୁପାରିଶକୁ କାର୍ଯ୍ୟକାରୀ ଓ ଟାର୍ଗେଟ ନାମରେ କର୍ମଚାରୀଙ୍କ ଉପରେ ଅଧିକାରୀଙ୍କ ଜୁଲୁମ ବନ୍ଦ ଆଦି ଦୀର୍ଘ ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ଯୋଗୁ ଡାକ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭାବେ ବିଭକ୍ତ କରି ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି । ଏହାସହ ସବକା ସାଥ ସବକା ବିକାଶର ମିଛ ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ସେମାନଙ୍କ ଦାବୀ ପୂରଣ ନକରିବା ଯାଏଁ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଜାରୀ ରଖିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।