ସଂସଦରେ ସୁରକ୍ଷାକୁ ନେଇ ସରକାରଙ୍କୁ ଘେରିଲେ ଖଡ଼ଗେ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉଭୟ ସଦନରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବୀ କରିଛନ୍ତି ।

ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ କହିଛନ୍ତି ଯେ, ଲୋକସଭାରେ ଆଜି ଯାହା ହୋଇଛି ସେନେଇ ମୁଁ ରାଜ୍ୟସଭାରେ ପ୍ରଶ୍ନ ଉଠାଉଛି । ସମସ୍ୟା ବହୁତ ଗମ୍ଭୀର । ରାଜ୍ୟସଭା କିମ୍ବା ଲୋକସଭା କଥା ନୁହେଁ କିନ୍ତୁ ସୁରକ୍ଷାରେ କିପରି ବ୍ୟାଘତ ସୃଷ୍ଟି ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖଡ଼ଗେଙ୍କୁ ମଝିରେ ଅଟକାଇ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ କହିଛନ୍ତି ଯେ, ଘଟଣା ସମ୍ବନ୍ଧରେ ଜଣାପଡ଼ିବା ପରେ ମୁଁ ଡାଇରେକ୍ଟର ଅଫ୍ ସିକ୍ୟୁରିଟିଙ୍କୁ ଫୋନ୍ କରିଥିଲି । ମୁଁ ତାଙ୍କୁ ଅପଡେଟ ମାଗିଥିଲି । ଏହା ଚିନ୍ତାର ବିଷୟ । ସମୟ ଦିଅନ୍ତୁ ।

ଏହାର ଜବାବରେ ଆପଣ ସମୟ କଥା କହୁଛନ୍ତି ଏବଂ ଏଠାରେ ଲୋକଙ୍କ ଜୀବନ ଯାଉଛି ବୋଲି ଖଡ଼ଗେ କହିଛନ୍ତି ।