ଗରିବଙ୍କୁ ଡାକ ବିଭାଗ ପକ୍ଷରୁ ଖାଦ୍ୟ ବଣ୍ଟନ

ଦେବଗଡ଼,ଏନ୍ଏନ୍ଏସ୍ : କରୋନା ମହାମାରୀ ଯୋଗୁଁ ସାରା ଦେଶ ଲକଡାଉନରେ ରହିଥିବା ବେଳେ ଗରିବ ଖଟିଖିଆଙ୍କ ପାଇଁ ଏହା ଏକ ଚଡ଼କ ସଦୃଶ ହୋଇଛି। ଏଭଳି ସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଅଗ୍ରିମ ରାସନ ସାମଗ୍ରୀ ସହ ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଥିବାବେଳେ ଏଥିରୁ ବଞ୍ଚିତ ବହୁ ଗରିବ ପରିବାରଙ୍କ ଦୁର୍ଦଶାକୁ ହୃଦୟଙ୍ଗମ କରି ଡାକ ବିଭାଗ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି। ଜିଲ୍ଲା ଡାକ ନିରୀକ୍ଷିକା ଶ୍ରାବଣୀ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଉପସ୍ଥିତିରେ ଦେବଗଡ଼ ପୌରାଞ୍ଚଳର ୬ନମ୍ବର ୱାର୍ଡରେ ଘରକୁ ଘର ବୁଲି ୨୦୦ରୁ ଊର୍ଦ୍ଧ ବ୍ୟକ୍ତିଙ୍କୁ ଚାଉଳ, ଡାଲି, ଚୁଡ଼ା, ଗୁଡ଼, ବିସ୍କୁଟ ଓ ସାବୁନ ଇତ୍ୟାଦି ବାଣ୍ଟିଥିଲେ। ଏଥିସହ ଜନସାଧାରଣଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ ସଚେତନ କରାଯାଇଥିଲା। ଏଥିରେ ଡାକ ବିଭାଗ ଓ ପୌର ପରିଷଦର ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।