୭୩ନଂ ସଂସ୍ପର୍ଶରେ ଆସିଥିବା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ

ଭୁବନେଶ୍ୱର : ଯାଜପୁରର ୪ ଆକ୍ରାନ୍ତଙ୍କ ତଥ୍ୟ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ ନମ୍ବର ୮୪, ୮୫, ୮୬, ୮୭ଙ୍କ ଟ୍ରାଭେଲ ହିଷ୍ଟ୍ରି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ୪ ଜଣଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ୭୩ ନମ୍ବର ସଂକ୍ରମିତଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି । ୮୫, ୮୬ ଓ ୮୭ ନମ୍ବର ଆକ୍ରାନ୍ତ ୭୩ ନମ୍ବରଙ୍କ ଆକ୍ରାନ୍ତଙ୍କ ନିକଟ ସଂର୍ପକୀୟ । ୮୫ ନମ୍ବର ହେଉଛନ୍ତି ୨୧ ବର୍ଷର ଯୁବକ ଓ ୭୩ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ । ଆକ୍ରାନ୍ତଙ୍କ ଘର ଯାଜପୁର ସଦର ବାସୁଦେବପୁର ଅଂଚଳର ବୋଲି ଜଣାପଡ଼ିଛି।