ଦେବଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ ପୂର୍ତ୍ତି ଅବସରରେ ପ୍ରଧାନପାଟ ବଡ଼ ବଗିଚାରେ ବିଜପିର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥିଭାବେ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଂଗଦେବ ଓ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚାସିନ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ ଦେଶ ଓ ରାଜ୍ୟର ବିକାଶ ପାଇଁ ୨୦୨୪ ନିର୍ବାଚନରେ ଦେବଗଡ଼ ଜିଲ୍ଲାବାସୀ ପୁଣିଥରେ ବିଜେପିକୁ ବିଜୟୀ କରାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଇକେରା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ବିଜେପି ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ମାଧବୀ ଦେବୀ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ପରାଜିତ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ତିଳେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ଓ ଉପାଧ୍ୟକ୍ଷ ଆରତୀ ପ୍ରଧାନଙ୍କ ସମେତ ପୌର ପରିଷଦର ବିଜେପି କାଉନସିଲର ମଞ୍ଚାସିନ ଥିଲେ । ରାଜ୍ୟ ସମ୍ପାଦକ ଭାରତ ଭୂଷଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଦଳୀୟ କର୍ମୀ ହର ମୋହନ ପାଣି ଧନ୍ୟବାଦ ଦେଇଥିଲେ ।